#Local

ଦଳରେ ରହିବାର ଅଛି ରୁହ, ଯିଏ ଯିବାକୁ ଚାହୁଛ ଯାଅ

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନରେ TMCର ଶୋଚନୀୟ ପରାଜୟ ଏବଂ ଦଳ ମଧ୍ୟରେ ଦେଖାଦେଇଥିବା ଆନ୍ତରିକ ଅସନ୍ତୋଷ ପରେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିଜର କଡ଼ା ଆଭିମୁଖ୍ୟ ଜାହିର କରିଛନ୍ତି । ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, “ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି, ସେମାନେ ଯାଇପାରନ୍ତି; ମୁଁ ଦଳକୁ ନୂଆ କରି ଗଢ଼ିବି ।” ଏହି ବୟାନ ପରେ ଦଳ ଭିତରେ ହଇଚଇ ଦେଖିବାକୁ ମିଳିଛି ।

ନିକଟରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ତୃଣମୂଳ କଂଗ୍ରେସ ପରାସ୍ତ ହୋଇଛି, ଆଉ ଏତେ ବଡ଼ ଝଟକାରୁ ମୁକୁଳିପାରିନି ଦିଦିଙ୍କ ଦଳ । ୨୯୪ଟି ଆସନ ବିଶିଷ୍ଟ ବିଧାନସଭାରେ ଟିଏମସି ମାତ୍ର ୮୦ଟି ଆସନ ପାଇବାରେ ସଫଳ ହୋଇଥିବାବେଳେ ମମତା ବାନାର୍ଜୀ ନିଜେ ତାଙ୍କର ପାରମ୍ପରିକ ଗଡ଼ ଭବାନୀପୁର ଆସନକୁ ବି ବଞ୍ଚାଇ ପାରିନଥିଲେ । ଏହି ପରାଜୟ ପରେ ଦଳର ସ୍ଥିତି ଦୋହଲି ଯାଇଛି ଏବଂ ଅନେକ ନେତା ଅନ୍ୟ ଦଳକୁ ଯିବା ପାଇଁ ସୁଯୋଗ ଖୋଜୁଥିବା ଚର୍ଚ୍ଚା ହେଉଛି । କାଳୀଘାଟସ୍ଥିତ ନିଜ ବାସଭବନରେ ଆୟୋଜିତ ସମୀକ୍ଷା ବୈଠକରେ ମମତା ବାନାର୍ଜୀ ଦଳୀୟ ପ୍ରାର୍ଥୀ ଓ ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ, ଦଳର ସଙ୍କଟ ସମୟରେ ଯେଉଁମାନେ ବିଶ୍ୱାସଘାତକତା କରିବାକୁ ଚାହୁଛନ୍ତି ବା ଅନ୍ୟ କୌଣସି ବାଧ୍ୟବାଧକତାରେ ଦଳ ଛାଡିବାକୁ ଚାହୁଛନ୍ତି, ସେମାନଙ୍କୁ ସେ ଜବରଦସ୍ତି ରଖିବେ ନାହିଁ । ସେ କହିଛନ୍ତି, “ଯେଉଁମାନେ ଅନ୍ୟ ଦଳକୁ ଯାଉଛନ୍ତି, ସେମାନଙ୍କୁ ଯିବାକୁ ଦିଅନ୍ତୁ । ମୁଁ କାହାକୁ ଜୋରଜବରଦସ୍ତି ଧରି ରଖିବାକୁ ଚାହେନାହିଁ ।

ଖାଲି ଏତିକି ନୁହେଁ ସେ ଜନସାଧାରଣଙ୍କ ଜନାଦେଶକୁ ‘ଲୁଟ୍’ କରାଯାଇଛି ବୋଲି ଅଭିଯୋଗ କରିବା ସହ ଟିଏମସି କେବେହେଲେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦିଦି । ସେ ଦଳୀୟ କର୍ମୀଙ୍କୁ ଭୟଭୀତ ନହେବାକୁ ଏବଂ ତୃଣମୂଳ ସ୍ତରରୁ ପୁଣି ଲୋକଙ୍କ ସହ ଯୋଡ଼ିହେବାକୁ ଆହ୍ୱାନ ଦେଇଛନ୍ତି । ବୈଠକରେ ମମତା କିଭଳି ଦଳକୁ ଆଗକୁ ନେବେ, ସେନେଇ ନୂଆ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି, “ଯେଉଁମାନେ ଦଳରେ ରହୁଛନ୍ତି, ସେମାନେ ରାଜ୍ୟସାରା କ୍ଷତିଗ୍ରସ୍ତ ହୋଇଥିବା ଦଳୀୟ କାର୍ଯ୍ୟାଳୟଗୁଡ଼ିକୁ ପୁନର୍ବାର ଖୋଲନ୍ତୁ, ସେଗୁଡିକୁ ନୂଆ ରଙ୍ଗ ଦିଅନ୍ତୁ । ଯଦି ଆବଶ୍ୟକ ପଡ଼େ, ମୁଁ ନିଜେ ମଧ୍ୟ ରଙ୍ଗ କରିବି ।” ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଭୟର ବାତାବରଣ ସତ୍ତ୍ୱେ ଏହି ଲଢ଼େଇ ଜାରି ରହିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

ବଡ଼କଥା ହେଉଛି ଟିଏସିର ପରାଜୟ ପରେ ଦଳ ଭିତରେ ବିଦ୍ରୋହ କିମ୍ବା ନେତାମାନଙ୍କର ଦଳ ବଦଳ କରିବା ଆଶଙ୍କା ବହୁତ ବଢ଼ିଯାଇଛି । କିଛି ପ୍ରାର୍ଥୀ ଓ ନେତା ଏବେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ମମତା ବାନାର୍ଜୀ ଏହି ଚେତାବନୀ ମାଧ୍ୟମରେ ସେହି ସମସ୍ତ ନେତାଙ୍କୁ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ, ସେ ବ୍ଲାକମେଲିଂ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଜଣେ ନେତା ଦଳ ଛାଡ଼ିଲେ ହଜାର ହଜାର ନୂଆ କର୍ମୀ ତିଆରି ହେବେ ଏବଂ ଟିଏମସି ପୁଣି ଥରେ ଫେରିବ ବୋଲି ସେ ଖୋଲାଖୋଲି କହିଛନ୍ତି । 

ଦଳରେ ରହିବାର ଅଛି ରୁହ, ଯିଏ ଯିବାକୁ ଚାହୁଛ ଯାଅ

Youth pushed off overbridge over minor altercation

ଦଳରେ ରହିବାର ଅଛି ରୁହ, ଯିଏ ଯିବାକୁ ଚାହୁଛ ଯାଅ

Lewandowski to leave Barcelona as ‘mission is

Leave a comment

Your email address will not be published. Required fields are marked *