#Local

ଥାଇଲାଣ୍ଡ ଓପନ୍‌: ଫାଇନାଲ୍‌ରେ ସାତ୍ତ୍ବିକ-ଚିରାଗ

କନକ ବ୍ୟୁରୋ: ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ରେ ଭାରତର ଆଶାକୁ ବଜାୟ ରଖିଛନ୍ତି ଭାରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ବିଶ୍ବ ମାନ୍ୟତାର ୪ ନମ୍ବର ଓ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଏହି ଯୋଡ଼ି ପୁରୁଷ ଯୁଗଳ ସେମିଫାନାଲ୍‌ରେ ଲଢୁଆ ଖେଳ ପ୍ରଦର୍ଶନ କରି ମାଲେସିଆର ଗୋସଜେ ଫି ଓ ନୂର ଇଜୁଦ୍ଦିନ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଅଧିକ ପଢ଼ନ୍ତୁ… ମହିଳା ଟ୍ବେଣ୍ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତକ ମାରିଲେ ସାନା

ପ୍ରଥମ ସେଟ୍‌କୁ ୧୯-୨୧ରେ ହାରିବା ପରେ ଏହି ଭାରତୀୟ ଯୋଡ଼ି ଜୋର୍‌ଦାର୍‌ ପ୍ରତ୍ୟାବର୍ତ୍ତନ କରିବା ସହ ପରବର୍ତ୍ତୀ ଦୁଇ ସେଟ୍‌କୁ ୨୨-୨୦ ଓ ୨୧-୧୬ରେ ଜିତିନେଇଥିଲେ। ଶୁକ୍ରବାର କ୍ବାର୍ଟରଫାଇନାଲ୍‌ରେ ସେମାନେ ଜାପାନର ତାକୁମି ନୋମୁରା ଓ ୟୁଇଚି ସିମୋଗାମିଙ୍କୁ ୨୧-୧୨.୨୧-୧୩ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚୀନର ହେ ଜି ତିଙ୍ଗ୍‌ ଓ ରେନ୍‌ ସିଆଙ୍ଗ ୟୁ କିମ୍ବା ଇଣ୍ଡୋନେସିଆର ଲିଓ ରୋଲି କାର୍ନାଡୋ ଓ ଡାନିଏଲ୍‌ ମାର୍ଟିନ୍‌ଙ୍କୁ ଭେଟିବେ।

Leave a comment

Your email address will not be published. Required fields are marked *