#Local

ମିଳୁନି ତେଲ; ଇଭି ଗାଡ଼ି ପାଇଁ ସୋ’ରୁମ୍‌ ଭିଡ଼, ବୁକିଂ କଲେ ମାସେ ଅପେକ୍ଷା

କନକ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟରେ ଉତ୍କଟ ତୈଳ ସଙ୍କଟ । ଅନ୍ୟପଟେ ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ EV ଗାଡ଼ି କିଣିବା ପାଇଁ ଯାଉଛନ୍ତି । ଗତ ତିନି ଦିନରେ EV ଗାଡ଼ିର ଆଶାଠୁ ଅଧିକ ବୁକିଂ ବଢ଼ିଛି । କିନ୍ତୁ ବଡ଼ କଥା ହେଉଛି ଅଧିକାଂଶ EV ଗାଡ଼ି ସୋ’ରୁମ ଗୁଡିକରେ ଷ୍ଟକ୍‌ ନାହିଁ । ଯାହା ଫଳରେ ବର୍ତ୍ତମାନ ଯେଉଁମାନେ ଗାଡ଼ି ବୁକିଂ କରୁଛନ୍ତି ଗୋଟିଏ ମାସ ପରେ ଗାଡ଼ି ମିଳିବ । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଲୋକମାନେ ।

ଅଧିକ ପଢ଼ନ୍ତୁ : ଖଣି ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥା କଣ, ମୁଁ ଜାଣିଛି : ମୁଖ୍ୟମନ୍ତ୍ରୀ

କିଛି ଦିନ ହେବ ରାଜ୍ୟରେ ତୈଳ ସଙ୍କଟ ଦେଖାଦେଇଛି । ରାଜ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକମାନେ ଦିନରାତି ଗହଳି ଜମାଇଛନ୍ତି । ଅନେକ ସ୍ଥାନରେ ପେଟ୍ରୋଲ ଥାଇ ମଧ୍ୟ ପମ୍ପ ମାଲିକ ପମ୍ପକୁ ବନ୍ଦ ରଖିଛନ୍ତି । ସେପଟେ ଯୋଗାଣ ମନ୍ତ୍ରୀ ରାଜ୍ୟରେ ତେଲ ମହଜୁଦ ଥିବା ନେଇ ମନ୍ତବ୍ୟ ଦେଇଛନ୍ତି । ତଥାପି ଲୋକେ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ କମୁନି ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ତୈଳ ସଙ୍କଟ ଦେଖାଦେଇଛି । ଆଗାମୀ ଦିନରେ ସରକାର ପେଟ୍ରେୋଲ-ଡିଜେଲ ଚାଳିତ ଗାଡ଼ି ସଂଖ୍ୟା କମାଇ ଇଭି ଗାଡ଼ି ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସଚେତନ କରୁଛନ୍ତି ।

ମିଳୁନି ତେଲ; ଇଭି ଗାଡ଼ି ପାଇଁ ସୋ’ରୁମ୍‌ ଭିଡ଼, ବୁକିଂ କଲେ ମାସେ ଅପେକ୍ଷା

Freight train and bus crash kills at

ମିଳୁନି ତେଲ; ଇଭି ଗାଡ଼ି ପାଇଁ ସୋ’ରୁମ୍‌ ଭିଡ଼, ବୁକିଂ କଲେ ମାସେ ଅପେକ୍ଷା

South African clubs could withdraw from European

Leave a comment

Your email address will not be published. Required fields are marked *