#Local

ଭାରତରେ ପ୍ରଥମ ଥର ଜବତ ହେଲା ‘ଜିହାଦୀ ଡ୍ରଗ୍‌’ କେପ୍ଟାଗନ,  ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍‌ ରେଜପିଲ୍‌’

କନକ ବ୍ୟୁରୋ: ଭାରତକୁ ଆନ୍ତର୍ଜାତିକ ଡ୍ରଗ୍ସ ସିଣ୍ଡିକେଟ୍‌ ଓ ଟେରର୍‌ ଫଣ୍ଡିଂ ବିରୋଧରେ ବଡ଼ଧରଣର ସଫଳତା ମିଳିଛି। ଭାରତର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପ୍ରଥମ ଥର ପାଇଁ ‘କେପ୍ଟାଗନ୍‌’ ଡ୍ରଗ୍ସ ଜବତ କରିଛନ୍ତି। ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ,ଏନ୍‌ସିବି ‘ଅପରେସନ୍‌ ରେଜପିଲ୍‌’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର ‘କେପ୍ଟାଗନ୍‌’ ଡ୍ରଗ୍ସ ଜବତ କରିଛି। ଏହା ଆତଙ୍କବାଦୀ ନେଟୱର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବରେ ପରିଚିତ।

କେନ୍ଦ୍ର ଗୃହମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟକୁ ଯାଉଥିବା ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ ଓ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିବା ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ପ୍ରତି ଆମର ପ୍ରତିବଦ୍ଧତାର ଉଦାହରଣ। ଭାରତ ଭିତରକୁ ଆସୁଥିବା କିମ୍ବା ଭାରତ ଦେଇ ଅନ୍ୟ ଦେଶକୁ ଯାଉଥିବା ପ୍ରତ୍ୟେକ ଡ୍ରଗ୍ସ ଅର୍ଡର ଜବତ କରାଯିବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଏନ୍‌ସିବିକୁ ପ୍ରଶଂସା କରିଛନ୍ତି। 

ଆନ୍ତର୍ଜାତିକ ଡ୍ରଗ୍ସ ଚୋରା ଚାଲାଣକାରୀ ମହମ୍ମଦ ସଲିମ୍‌ ଡୋଲାକୁ ତୁର୍କୀରୁ ଫେରାଇ ଆଣିବା ଏନ୍‌ସିବି ପାଇଁ ବଡ଼ ସଫଳତା ହୋଇଛି। ଭାରତର ଗୁଇନ୍ଦା ତଥ୍ୟ ଓ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଆଧାରରେ ଏପ୍ରିଲ ୨୫ରେ ୫୮ ବର୍ଷୀୟ ଡୋଲାକୁ ତୁର୍କୀ ଗୁଇନ୍ଦା ସଂସ୍ଥା ଅଟକ ରଖିଥିଲା। ଅପରେସନ୍‌ ଗ୍ଲୋବାଲ ହଣ୍ଟ ଅନ୍ତର୍ଗତ ଡୋଲାକୁ ଭାରତ ଅଣାଯିବା ପରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ଡୋଲା ଆଠ ବର୍ଷ ପୂର୍ବେ ଭାରତରୁ ଖସି ସଂଯୁକ୍ତ ଆରବ ଏମିରେଟ୍ସ ଚାଲି ଯାଇଥିଲା। ୨୦୨୪ରେ ଇସ୍ତାନବୁଲ୍‌କୁ ଛୁଟି କାଟିବାକୁ ଯାଇଥିବାବେଳେ ସେ ତୁର୍କୀରେ ଧରାପଡ଼ିଥିଲା। ଗତବର୍ଷ ଡୋଲାର ପୁଅକୁ ୟୁଏଇରୁ ପ୍ରତ୍ୟାର୍ପଣ କରି ଅଣାଯାଇଥିଲା। ଏହାପରେ ଡୋଲା ଗିରଫଦାରୀ ଏଡ଼ାଇବାକୁ ନିଜ ସହଯୋଗୀ ଓ ପରିବାର ଲୋକଙ୍କ ସହିତ ଯୋଗାଯୋଗ ବନ୍ଦ କରିଦେଇଥିଲା। ଅନେକ ନାର୍କୋଟିକ୍ସ ଚୋରା ଚାଲାଣ ମାମଲା‌ରେ ଡୋଲା ଭାରତରେ ୱାଣ୍ଟେଡ ଥିଲେ ମଧ୍ୟ ଆଇନ ହାତରୁ ଖସି ଯାଉଥିଲା। ଡୋଲା ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ୟୁରୋପର ଅନେକ ଦେଶରେ ବହୁଦେଶୀୟ ନିଶା କାରବାର ସିଣ୍ଡିକେଟ୍ ପ୍ରତିଷ୍ଠା କରିଥିଲା।

 

ଭାରତରେ ପ୍ରଥମ ଥର ଜବତ ହେଲା ‘ଜିହାଦୀ ଡ୍ରଗ୍‌’ କେପ୍ଟାଗନ,  ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍‌ ରେଜପିଲ୍‌’

Fuel situation in Odisha to normalise by

ଭାରତରେ ପ୍ରଥମ ଥର ଜବତ ହେଲା ‘ଜିହାଦୀ ଡ୍ରଗ୍‌’ କେପ୍ଟାଗନ,  ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍‌ ରେଜପିଲ୍‌’

Gunmen Open Fire At Furniture Store In

Leave a comment

Your email address will not be published. Required fields are marked *