ଖଣି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ :ଖଣି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । କହିଲେ, ମୁଁ ଖଣି ଅଞ୍ଚଳରୁ ଆସୁଛି, ମୁଁ ଜାଣିଛି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଣ ରହିଛି । ଖଣି ନିଗମର ୭୧ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଖଣି ବିସ୍ଥାପିତ ଲୋକଙ୍କ କରୁଣ କାହାଣୀ ମନେ ପକାଇ ତାଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ୪୫ ନିୟୁତ ଟନ୍ ଖଣି ସାମଗ୍ରୀ ଉତ୍ତୋଳନ କରି ରେକର୍ଡ କରିଛି ଓଏମ୍ସି । ୨୦୨୬ ସୁଦ୍ଧା ୧୦୦ ନିୟୁତ ଟନ୍ ଖଣି ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରତି ୧୦ ମେଟ୍ରିକ ଟନ୍ ଖଣି ଉତ୍ତୋଳନରେ ଗୋଟେ ଗଛ ଲଗାଉଛି ଓଏମସି । ଆଗାମୀ ବର୍ଷ ୧ କୋଟି ଗଛ ଲଗାଥ ସବୁଜବଳୟ ସୃଷ୍ଟି କରିବ ଓଏମସି ।
ସବୁଠୁ ବଡ କଥା ହେଉଛି, ଓଏମସି ସରକାରଙ୍କ ସୁରକ୍ଷାଦାତା ସାଜିଛି । ଉଭୟ ସୁଖ ଓ ଦୁଃଖ ସମୟରେ ସରକାରଙ୍କ ସାଥୀରେ ଛିଡା ହୋଇଛି ଓଏମ୍ସି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଏମସି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ମେଗା ହେଲ୍ଥ କ୍ୟାମ୍ପ କରିବାର ଆବଶ୍ୟକ । ଖଣି ଖାଦାନ ଅଞ୍ଚଳରେ ଉଡୁଥିବା ଧୂଳି କଣା ପାଇଁ ସେହି ଅଞ୍ଚଳର ଲୋକେ ଅନେକ ଲୋକେ ପ୍ରଭାବିତ ହେଉଛନ୍ତି । ରୋଗ ଟି ଧୀରେ ଧୀରେ ବୃଦ୍ଧି ପାଇ ବଡ ରୋଗରେ ପରିଣତ ହୁଏ ତେଣୁ ସେହି ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମେଗା ହେଲ୍ଥ କ୍ୟାମ୍ପ କରି ଉଚ୍ଚମାନର ଚିକିତ୍ସା ଦେବାକୁ ଓଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ—ଭାରତରେ ପ୍ରଥମ ଥର ଜବତ ହେଲା ‘ଜିହାଦୀ ଡ୍ରଗ୍’ କେପ୍ଟାଗନ, ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍ ରେଜପିଲ୍’
ବେସରକାରୀ ମାଇନ୍ସ ଶତ ପ୍ରତିଶତ ମେସିନରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେହି ଖଣି ବିସ୍ଥାପିତ ଲୋକଙ୍କୁ ଭୁଲି ଯାଉଛନ୍ତି । ସେହି ଲୋକ ମାନେ ତାଙ୍କ ଘର ମାଟି ତଳେ ଆଉ ଗାଁ ତଳେ ଅଛି ଖଣିଜ ସମ୍ପଦ ସେମାନେ ତାକୁ ପ୍ରଦାନ କରୁଛନ୍ତି । ତେଣୁ ତାଙ୍କ ଆର୍ଥିକ ବିକାଶକୁ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଖଣି ଅଞ୍ଚଳରେ ଲୋକଙ୍କ କରୁଣ କାହାଣୀ ମୁଁ ଦେଖିଛି। ଆଜି ବି ସେମାନଙ୍କ ଅବସ୍ଥା ପରିବର୍ତ୍ତନ ହୋଇ ନାହିଁ । ବିଭାଗ ଏଦିଗରେ ଚିନ୍ତା କରିବାର ଆବଶ୍ୟକତା ନିଶ୍ଚିନ୍ତ ଅଛି ।
English 







































































































































































































































































































































































































































































































































































































































































