#Local

ତେଲ ସଙ୍କଟ: ଯାଜପୁରରେ ୧୦ଟି ପେଟ୍ରୋଲ୍ ପମ୍ପ୍ ସମ୍ପୂର୍ଣ୍ଣ ବନ୍ଦ

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି । ଯାହାକି ଗୋଟେପଟେ ତେଲର ମୂଲ୍ୟ ବୃଦ୍ଧି ହୋଇଥିବାବେଳେ ଅନ୍ୟପଟେ ତେଲ ସଙ୍କଟ ଦେଖାଦେଇଛି । ସାଧାରଣ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ବି ପଡ଼ିଛି । ଏହାର ପ୍ରଭାବରେ ଯାଜପୁର ଜିଲ୍ଲାରେ ତେଲ ଦର ବୃଦ୍ଧି ପାଇବା ସହ ତେଲ ସଙ୍କଟ ମଧ୍ୟ ଦେଖାଦେଇଛି। ସୂଚନା ଅନୁସାରେ, ଜିଲ୍ଲାର ୧୩୦ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୧୦ଟି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅନ୍ୟ ପମ୍ପଗୁଡ଼ିକରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ଦେଖିବାକୁ ମିଳୁଛି ।

ତେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି । ସାଧାରଣ ପେଟ୍ରୋଲ ଲିଟର ପିଛା ୩.୨୨ ଟଙ୍କା, ସ୍ପୀଡ଼ ପେଟ୍ରୋଲ ୩.୨୧ ଟଙ୍କା ଏବଂ ଡିଜେଲ ୩.୧୮ ଟଙ୍କା ବୃଦ୍ଧି ପାଇଛି । ଯାଜପୁର ରୋଡ୍‌ର ଅଧିକାଂଶ ପମ୍ପ ବନ୍ଦ ଥିବା ବେଳେ ରୟାଲ କଳିଙ୍ଗ ଛକ ସ୍ଥିତ ପମ୍ପରେ ଲୋକଙ୍କର ଅସମ୍ଭାଳ ଭିଡ଼ ଜମୁଛି । ତେଲର ସୀମିତ ଉପଲବ୍ଧତା ଯୋଗୁଁ ବର୍ତ୍ତମାନ ଦୁଇ ଚକିଆ ଗାଡ଼ିକୁ ସର୍ବାଧିକ ୨୦୦ ଟଙ୍କା ଓ ଚାରି ଚକିଆ ଗାଡ଼ିକୁ ୫୦୦ ଟଙ୍କାର ତେଲ ଦିଆଯାଉଛି । ଏହି ସ୍ଥିତି ଯୋଗୁଁ ସାଧାରଣ ଜନତା ଓ ଯାତ୍ରୀବାହୀ ଗାଡ଼ି ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଲ ସଙ୍କଟ: ଯାଜପୁରରେ ୧୦ଟି ପେଟ୍ରୋଲ୍ ପମ୍ପ୍ ସମ୍ପୂର୍ଣ୍ଣ ବନ୍ଦ

Petrol Prices Hiked After 4 Years! Massive

Leave a comment

Your email address will not be published. Required fields are marked *