ଘରେ ଅଧିକ ଜୋତା ରଖିଛନ୍ତି କି ? ସାବଧାନ,ମାଡ଼ିଆସିବ ଶନିଦୋଷ ! ହୋଇଯିବେ କାଙ୍ଗାଳ !

କନକ ବ୍ୟୁରୋ : କୁହାଯାଏ ଯେ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ତାର ପାଦରେ ଥିବା ଜୋତା କିମ୍ବା ଚପଲରୁ ଜଣାପଡ଼ିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏହି ଜୋତା-ଚପଲ କେବଳ ଆପଣଙ୍କ ଷ୍ଟାଇଲ୍ ନୁହେଁ ବରଂ ଆପଣଙ୍କ ଗୁଡ୍-ଲକ୍ ଏବଂ ବ୍ୟାଡ୍-ଲକ୍ ସହିତ ମଧ୍ୟ ଜଡ଼ିତ? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପାଦରେ ପିନ୍ଧାଯାଉଥିବା ଜୋତା,ଚପଲର ସିଧା କନେକ୍ସନ୍ ଶନି ଦେବଙ୍କ ସହିତ ରହିଛି । ଆପଣଙ୍କର ଗୋଟିଏ ଛୋଟ ଭୁଲ୍ ଆପଣଙ୍କୁ ଶନିଙ୍କ ପ୍ରକୋପର ଶିକାର କରିପାରେ । ତେବେ ଆସନ୍ତୁ ଜାଣିବା କିଛି ଏଭଳି ତଥ୍ୟ ଯାହାକୁ ମାନିଲେ ଆପଣ ଦୁର୍ଭାଗ୍ୟରୁ ବଞ୍ଚିପାରିବେ।
ଆଗକୁ ପଢ଼ନ୍ତୁ : ସୃଷ୍ଟି ହେଉଛି ଲାଭ ଦୃଷ୍ଟି ରାଜଯୋଗ,୪ ରାଶି ପାଇଁ ଭାରି ଶୁଭ; ଟଙ୍କାରେ ଖେଳିବେ ଏହି ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କାହାକୁ ଜୋତା ଉପହାର ଦେବା କିମ୍ବା କାହାଠାରୁ ଉପହାର ନେବା ଉଭୟ ଅଶୁଭ ବୋଲି ଧରାଯାଏ । ବିଶେଷ କରି କଳା ରଙ୍ଗର ଜୋତା କାହାଠାରୁ ଉପହାର ଭାବେ ଗ୍ରହଣ କରନ୍ତୁ ନାହିଁ ଏହାଦ୍ୱାରା ଶନି ସମ୍ବନ୍ଧୀୟ ସମସ୍ୟା ବଢ଼ିଥାଏ । ହଳଦିଆ ରଙ୍ଗ ହେଉଛି ଦେବଗୁରୁ ବୃହସ୍ପତିଙ୍କ ପ୍ରତୀକ । ପାଦରେ ହଳଦିଆ ରଙ୍ଗର ଜୋତା ପିନ୍ଧିବା ଦ୍ୱାରା ବୃହସ୍ପତି ଅପମାନିତ ହୁଅନ୍ତି, ଯାହାଫଳରେ ବ୍ୟକ୍ତିର ଜୀବନରେ ଅଯଶ ଏବଂ ଦାରିଦ୍ର୍ୟ ମାଡ଼ି ଆସିଥାଏ। ଯଦି ଆପଣ ନୂଆ ଫୁଟୱେର୍ କିଣିବାକୁ ଚାହୁଛନ୍ତି, ତେବେ ମନେ ରଖନ୍ତୁ ଶନିବାର, ଅମାବାସ୍ୟା ଏବଂ ମଙ୍ଗଳବାର ଦିନ କେବେବି ଜୋତା-ଚପଲ କିଣନ୍ତୁ ନାହିଁ । ଏହି ଦିନ କିଣିବା ଦ୍ୱାରା ଶନିଦୋଷ ଲାଗିଥାଏ। ଘରର ମୁଖ୍ୟ ଦ୍ୱାରରେ କେବେବି ଜୋତା ରଖନ୍ତୁ ନାହିଁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ। ଜୋତା-ଚପଲ ରଖିବା ପାଇଁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ସବୁଠାରୁ ଭଲ। ଭୁଲରେ ବି ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ଏହାକୁ ରଖନ୍ତୁ ନାହିଁ । ଚିରା କିମ୍ବା ଅସନା ଜୋତା ପିନ୍ଧିଲେ ମାନସିକ ଚାପ ଓ ଦୁର୍ଭାଗ୍ୟ ବଢ଼ିଥାଏ। ଅନ୍ୟ କାହାର ଜୋତା ବ୍ୟବହାର କରିବା ଦ୍ୱାରା ସେହି ବ୍ୟକ୍ତିର ନକାରାତ୍ମକ ଶକ୍ତି ଏବଂ ସଂଘର୍ଷ ଆପଣଙ୍କ ପାଖକୁ ଆସିପାରେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ଏହା କ୍ଷତିକାରକ ।
ଯଦି ଆପଣଙ୍କର ଜୋତା ବା ଚପଲ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଦୁଃଖ କରନ୍ତୁ ନାହିଁ । ମାନ୍ୟତା ରହିଛି ଯେ ଏହା ସହିତ ଆପଣଙ୍କ ଉପରେ ଥିବା ଶନି ଦୋଷ ଓ ବାଧାବିଘ୍ନ ମଧ୍ୟ ଦୂର ହୋଇଯାଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ ! ମନେ ରଖନ୍ତୁ, ପରିଷ୍କାର ପରିଚ୍ଛନ୍ନତା ଏବଂ ସଠିକ୍ ଦିଗରେ ରଖାଯାଇଥିବା ଜୋତା ଆପଣଙ୍କ ଉନ୍ନତିର ପଥ ପରିଷ୍କାର କରିପାରେ।
English 





































































































































































































































































































































































































































































































































































































































