ବାଲିଘାଟ ଉପରେ ଚଢ଼ାଉ; ୨ଟି ହାଇୱା, ୨ଟି ଟ୍ରାକ୍ଟର ଜବତ ଓ ୪ ଡ୍ରାଇଭରଙ୍କୁ ଅଟକ ରଖିଲା ସଦର ଥାନା ପୁଲିସ

କନକ ବ୍ୟୁରୋ:ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀ ଘାଟରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଓ ବେଆଇନ ମାଟି ଚୋରି ହୋଇ ବଡ଼ ବଡ଼ ଡମ୍ପରରେ ବାହାରକୁ ଚାଲାଣ ହେଉଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ଏବେ ପୋଲିସର ନିଦ ଭାଙ୍ଗିଛି। ରାସଗୋବିନ୍ଦପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଡେଙ୍ଗାନାଳିଆ ଛକ ଦେଇ ବେଆଇନ ଭାବେ ଚୋରା ରେ ବାଲି ଓ ମାଟି ବାହାରକୁ ଚାଲାଣ ହେଉଥିବା ବେଳେ ଚଢାଉ କରି ତିନଟି ଡମ୍ଫର ଜବତ୍ କରିବା ସହ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି। ଜବତ ହୋଇଥିବା ତିନୋଟି ଡମ୍ପର ମଧ୍ୟରୁ ଗୋଟିଏ ଡମ୍ପରରେ ବାଲି ଥିବା ବେଳେ ଅନ୍ୟ ଦୁଇଟି ଡମ୍ପରରେ ମାଟି ଥିବା ଜଣାପଡ଼ିଛି । ଜବତ୍ ଡମ୍ପର ଗୁଡିକୁ ଥାନାକୁ ଆଣିବା ସହ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ରାସଗୋବିନ୍ଦପୁର ପୋଲିସ।
ଆହୁରି ପଢ଼ନ୍ତୁ:ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ସମୟ ସୀମା ବଢ଼ିଲା: ଉଭୟ ଦେଶ ୪୫ ଦିନର ଶାନ୍ତି ପାଇଁ ରାଜି
English 



























































































































































































































































































































































































































































































































































































































