#Local

ରାତି ଅଧରେ ବନବିଭାଗର ଚଢାଉ , ୧ଟନ୍ ଚୋରାଚାଲାଣ ହେଉଥିବା ଖଇର କାଠ ଜବତ

କନକ ବ୍ୟୁରୋ:ମୂଲ୍ୟବାନ ଖଇର କାଠ ଜଙ୍ଗଲରୁ ହେଉଥିଲା ଚୋରାଚାଲାଣ। ରାତି ଅଧରେ ଚଢାଉ କରି ଖଇର କାଠ ଜବତ କଲା ବନବିଭାଗ। ସୁନ୍ଦରଗଡ଼ ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘୋଘରପାଲି ରିଜର୍ଭ ଫରେଷ୍ଟ ଭିତରେ ରାତି ଅନ୍ଧାରରେ ଚାଲଥିଲା ଖଇର କାଠ ଚୋରାଚାଲାଣ ପାଇଁ ପ୍ରସ୍ତୁତି। ଦୁର୍ବୁତ୍ତ ମାନେ ମୁଲ୍ୟବାନ ଖଇର ଗଛ କାଟି ତାକୁ ଛତିଶଗଡ଼ କୁ ଚାଲାଣ କରିବା ପାଇଁ ସଜବାଜ କରୁଥିବା ସମୟରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା ବନବିଭାଗ । ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ବେଳେ , ମୁଲ୍ୟବାନ ଖଇର କାଠ କୁ ଜବତ କରିଛି ବନବିଭାଗ । ୧ ଟନରୁ ଅଧିକ କାଠ ଜବତ କରିଛି ବନ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ । 

ଆହୁରି ପଢ଼ନ୍ତୁ:..ଆଇଏସ୍‌ଆଇଏସ୍‌ର ଶୀର୍ଷ କମାଣ୍ଡର ଅବୁ ବିଲାଲ୍ ନିହତ : ଅପରେସନ କିପରି କରାଯାଇଥିଲା ବଖାଣିଲେ ଟ୍ରମ୍ପ

ରାତି ଅଧରେ ବନବିଭାଗର ଚଢାଉ , ୧ଟନ୍ ଚୋରାଚାଲାଣ ହେଉଥିବା ଖଇର କାଠ ଜବତ

Man killed by 13ft great white shark

Leave a comment

Your email address will not be published. Required fields are marked *