#Local

ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ: ଅପରେସନ୍‌ ଏପିକ୍‌ ଫ୍ୟୁରି ୨.୦ ପାଇଁ ପ୍ରସ୍ତୁତି

କନକ ବ୍ୟୁରୋ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଚୀନ ଗସ୍ତରୁ ଫେରିବା ପରେ, ମଧ୍ୟପ୍ରାଚ୍ୟ ଏକ ଗମ୍ଭୀର ବିପଦର ସମ୍ମୁଖୀନ ହେବାକୁଯାଉଛି। ଇରାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯଦି କୂଟନୈତିକ ପଥ ବନ୍ଦ ହୋଇଯାଏ, ତେବେ ଆମେରିକା ରାଷ୍ଟ୍ରପତି ସାମରିକ ଶକ୍ତି ପ୍ରୟୋଗ କରି ଇରାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିପାରନ୍ତି। ପେଣ୍ଟାଗନର ଶୀର୍ଷ ଅଧିକାରୀ ଏବଂ ସାମରିକ ଯୋଜନାକାରୀମାନେ ଏଥିପାଇଁ ସକ୍ରିୟ ଭାବରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଇରାନର ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଟ୍ରମ୍ପ ଅତ୍ୟନ୍ତ କଠୋର ସ୍ୱରରେ କହିଛନ୍ତି, ମୁଁ ସେହି ପ୍ରସ୍ତାବକୁ ଦେଖିଥିଲି ଏବଂ ଏହାର ପ୍ରଥମ ଧାଡି ମୋତେ ପସନ୍ଦ ଆସିନଥିଲା, ତେଣୁ ମୁଁ ଏହାକୁ ଉଠାଇ ଫୋପାଡ଼ି ଦେଇଥିଲି।

ବିଶ୍ୱର ଅନେକ ଦେଶ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଏକ ସମାଧାନର ବାଟ ଖୋଜିବା ପାଇଁ ଚେଷ୍ଟା କରୁଥିବା ବେଳେ, ପରଦା ପଛରେ, ପେଣ୍ଟାଗନ୍ ଗତ ମାସର ଅସ୍ତ୍ରବିରତି ପରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି। ଟ୍ରମ୍ପ ଅପରେସନ୍‌ ଏପିକ୍‌ ଫ୍ୟୁରି ୨.୦ ପାଇଁ ପ୍ରସ୍ତୁତି ହେଉଛନ୍ତି। ସାମରିକ ରଣନୀତିଜ୍ଞମାନେ ଗତ ମାସରେ ବନ୍ଦ ହୋଇଥିବା ଅପରେସନ୍ ଏପିକ୍ ଫ୍ୟୁରିକୁ ଏକ ନୂତନ କାର୍ୟ୍ୟକାରୀ ନାମ ସହିତ ପୁନଃଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଆଞ୍ଚଳିକ ଗୁଇନ୍ଦା ସୂତ୍ରରୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ, ଆମେରିକା ଏବଂ ଇସ୍ରାଏଲୀ ସେନା ଗତ ଅସ୍ତ୍ରବିରତି ପରେ ସବୁଠାରୁ ବଡ଼ ମିଳିତ ସାମରିକ ଅଭ୍ୟାସ ତଥା ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ଦୁଇ ମଧ୍ୟପ୍ରାଚ୍ୟ ଅଧିକାରୀ କହିଛନ୍ତି, ପ୍ରସ୍ତୁତି ଏବେ ଆଗକୁ ବଢ଼ିଛି। ଆସନ୍ତା ସପ୍ତାହରେ ଇରାନ ଉପରେ ଏକ ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଆରମ୍ଭ ହୋଇପାରେ।

ଆହୁରି ପଢ଼ନ୍ତୁ:ହମାସର ଶୀର୍ଷ କମାଣ୍ଡର ଅଲ୍-ହଦ୍ଦାଦ ନିହତ! : ଗାଜା ଷ୍ଟ୍ରିପରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଦାବି କଲା ଇସ୍ରାଏଲ

ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ: ଅପରେସନ୍‌ ଏପିକ୍‌ ଫ୍ୟୁରି ୨.୦ ପାଇଁ ପ୍ରସ୍ତୁତି

Tragic road accident in Sambalpur: 3 killed

Leave a comment

Your email address will not be published. Required fields are marked *