#Local

ଆଇଏସ୍‌ଆଇଏସ୍‌ର ଶୀର୍ଷ କମାଣ୍ଡର ଅବୁ ବିଲାଲ୍ ନିହତ : ଅପରେସନ କିପରି କରାଯାଇଥିଲା ବଖାଣିଲେ ଟ୍ରମ୍ପ

କନକବ୍ୟୁରୋ : ଦେଶରେ ବିମାନ ଟିକଟ  ଦରରେ ଘଟିଥିବା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ  ଚିନ୍ତା ପ୍ରକଟ କରିଛନ୍ତି। ଯାତ୍ରୀମାନଙ୍କୁ ଆବଶ୍ୟକ ଆଶ୍ବସ୍ତି ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଜଷ୍ଟିସ୍‌ ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ସମାନ ରୁଟ ପାଇଁ ଗୋଟିଏ ଦିନରେ ଏକ ଏୟାରଲାଇନ୍‌ର ଟିକଟ ଦାମ୍‌ ୮୦୦୦ ଟଙ୍କା ରହୁଥିବା ବେଳେ ଆଉ କାହାର ୧୮ହଜାର ଟଙ୍କା ରହୁଛି।

ଟିକଟ ଦାମ୍‌ରେ ରହୁଥିବା ଏହି ତାରତମ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ଯାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଦରକାର ବୋଲି ସରକାରଙ୍କ ପାଇଁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ କହିଥିଲେ।ବିମାନ ଟିକଟ ଦାମ୍‌ରେ ହେଉଥିବା ହଠାତ୍‌ ବୃଦ୍ଧିକୁ ବିରୋଧ କରି ସମାଜସେବୀ ଏସ୍‌ ଲକ୍ଷ୍ମୀନାରାୟଣ ଏକ ମାମଲା ରୁଜୁ କରିଥିଲେ। 
ସେ ଅଭିଯୋଗ କରିଛନ୍ତି ଯେ ଦେଶରେ ଏୟାରକ୍ରାଫ୍ଟ ନିୟମ ୧୯୩୭ ପ୍ରଚଳନରେ ଅଛି।

କିନ୍ତୁ ତାହାର ଧାରାଗୁଡ଼ିକୁ ପାଳନ କରାଯାଉନାହିଁ। ଟିକଟ ଦରକୁ ନେଇ ଏୟାରଲାଇନ୍‌ଗୁଡ଼ିକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କୌଣସି ନିର୍ଦ୍ଦେଶ ଦେଉନାହିଁ। ଇତି ମଧ୍ୟରେ ସରକାର ୨୦୨୫ ଜାନୁଆରିରୁ ଭାରତୀୟ ବାୟୁଯାନ ଅଧିନିୟମ ଲାଗୁ କରିଛନ୍ତି। ଗତ ଏପ୍ରିଲ ୩୦ରେ ଏହି ମାମଲାର ଶୁଣାଣି ବେଳେ ସତ୍ୟପାଠ ଦାଖଲ କରି ନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ କୋର୍ଟ ବିରକ୍ତ ହୋଇଥିଲେ। କାହିଁକି ସତ୍ୟପାଠ ଦାଖଲ କରାଗଲା ନାହିଁ ତାହାର କାରଣ ଜଣାଇବାକୁ ସରକାରଙ୍କୁ କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୧୩ରେ ହେବ। 

 

ଆଇଏସ୍‌ଆଇଏସ୍‌ର ଶୀର୍ଷ କମାଣ୍ଡର ଅବୁ ବିଲାଲ୍ ନିହତ : ଅପରେସନ କିପରି କରାଯାଇଥିଲା ବଖାଣିଲେ ଟ୍ରମ୍ପ

Bargarh DEO, BEO suspended in CRCC sexual

Leave a comment

Your email address will not be published. Required fields are marked *