ଏଲଆଇସି ଅଫିସରେ ଅଗ୍ନିକାଣ୍ଡ , ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ

କନକ ବ୍ୟୁରୋ:କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ। କିଛି କହୁଛନ୍ତି ଯେ, ସିଲିଂ ଫ୍ୟାନରୁ ନିଆଁ ଲାଗିଛି। ସିଲିଂ ଫ୍ୟାନରୁ ନିଆଁ ଅଫିସର କାଗଜପତ୍ରରେ ପଡି ସାରା ଅଫିସରେ ନିଆଁ ଲାଗିଯାଇଥିଲା। ତେବେ ଠିକଣା ସମୟରେ କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ତଳ ମହଲାରେ ଲାଗିଥିଲା। ଉପର ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ତଳ ମହଲାରେ ଥିବା ରେକର୍ଡ ପତ୍ର ସହ କିଛି କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।
ଆହୁରି ପଢ଼ନ୍ତୁ:କାଲିଘାଟ ବାସଭବନରେ ମମତା ବାନାର୍ଜୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା : ମୁଁ ଦଳକୁ ପୁନର୍ବାର ନିର୍ମାଣ କରିବି
English 









































































































































































































































































































































































































































































































































































