ବାଲେନ ଶାହଙ୍କ ସରକାରଙ୍କୁ ସୁପ୍ରିମକୋର୍ଟର ଝଟକା : ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ

କନକବ୍ୟୁରୋ : ଭାରତ-ନେପାଳ ସୀମାରେ ନିତ୍ୟ ଆବଶ୍ୟକୀୟ ଜିନିଷପତ୍ର କିଣୁଥିବା ସାଧାରଣ ନାଗରିକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ୱସ୍ତିକର ଖବର ଆସିଛି। ନେପାଳର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଏହା ଦ୍ବାରା ଭାରତରୁ ନେପାଳକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ ଶୁଳ୍କ ଲାଗୁ କରାଯାଇଥିଲା। ବାଲେନ ଶାହ ସରକାରଙ୍କ ଏହି ନୂତନ ନିୟମ ଭାରତ-ନେପାଳ ସୀମାରେ କଷ୍ଟମ୍ ଚେକ୍ ପଏଣ୍ଟଗୁଡ଼ିକରେ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ନିଷ୍ପତ୍ତି ପରେ ଦୈନନ୍ଦିନ ଆବଶ୍ୟକୀୟ ଜିନିଷପତ୍ର ନେଇ ସୀମା ପାର ହେଉଥିବା ଲୋକମାନେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହେଉଥିଲେ।
English 









































































































































































































































































































































































































































































































































































