#Local

ଅଫିସରେ ଘଣ୍ଟା ଘଣ୍ଟା ଏସିରେ ବସୁଛନ୍ତି କି? ସାବଧାନ! ମାଡ଼ିବସିବ ସାଂଘାତିକ ରୋଗ

କନକ ବ୍ୟୁରୋ : କର୍ପୋରେଟ୍ କଲ୍ଚର ହେଉ କିମ୍ବା ଅନ୍ୟ କୌଣସି ଅଫିସ୍ ଏସିରେ ବସିବା ଏକ ସାଧାରଣ କଥା । ଅନେକ ସମୟରେ ଅଫିସର ତାପମାତ୍ରା ଏତେ କମ୍ ରଖାଯାଉଛି ଯେ, କର୍ମଚାରୀମାନେ ଅନୁଭବ କରୁଛନ୍ତି ଯେପରି ସେମାନେ ଏକ ‘ଫ୍ରିଜିଂ’ ଜୋନ୍‌ରେ ବସିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି, ଏହି ଅତ୍ୟଧିକ ଶୀତଳତା କେବଳ ଥଣ୍ଡା-କାଶରେ ସୀମିତ ନୁହେଁ ବରଂ ଶରୀର ପାଇଁ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିପାରେ?

ଆଗକୁ ପଢ଼ନ୍ତୁ : ଜମାରୁ ଫୋପାଡନ୍ତୁ ନାହିଁ ବାସି ଭାତ : ଫାଇଦା ଜାଣିଲେ ଉଡ଼ିବ ହୋସ୍ , ଚେହେରାକୁ ଚମକାଇ ଦେବ ବାସି ଭାତ

ବୈଜ୍ଞାନିକଙ୍କ ମତରେ, ଦିନର ୮ ରୁ ୧୦ ଘଣ୍ଟା କ୍ରମାଗତ ଭାବରେ ଅତ୍ୟଧିକ ଶୀତଳ ଏସିରେ ବସି ରହିବା ଏବଂ କୌଣସି ପ୍ରକାର ଶାରୀରିକ ଚଳନ ନହେବା ଯୋଗୁଁ ହୃତ୍‌ପିଣ୍ଡ ଉପରେ ଚାପ ପଡ଼ିଥାଏ । ଏହା କେବଳ ବୟସ୍କଙ୍କ କ୍ଷେତ୍ରରେ ନୁହେଁ ବରଂ ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତଚାପର ସମସ୍ୟା ସୃଷ୍ଟି କରୁଛି। ଅତ୍ୟଧିକ ଏସି ବ୍ୟବହାର କେବଳ ରକ୍ତଚାପ ନୁହେଁ, ଶରୀରର ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରୁଛି । ଏସିର ସିଧାସଳଖ ଥଣ୍ଡା ପବନ ଯୋଗୁଁ ବେକ ଏବଂ କାନ୍ଧରେ ଜାବୁଡ଼ି ହେବା ଭଳି ଲାଗିବା ସହ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏସି ବାୟୁକୁ ଶୁଷ୍କ କରିଦିଏ ଯାହାଫଳରେ ଚର୍ମ ଶୁଷ୍କ ହୋଇଯାଏ ଏବଂ ଆଖିରେ ଜଳାପୋଡ଼ା କିମ୍ବା କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦିଏ । ଲଗାତାର କୃତ୍ରିମ ଥଣ୍ଡା ପରିବେଶରେ ବସିବା ଦ୍ୱାରା ଅନେକଙ୍କର ମୁଣ୍ଡବିନ୍ଧା ହୁଏ ଯାହା ମାଇଗ୍ରେନ୍ ରୋଗୀଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇପଡ଼େ । ଫ୍ରିଜିଂ ଏସିରେ ରହିବା ଦ୍ୱାରା ଗଳା ବସିଯିବା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ ।

ଅଫିସରେ କାମ କରୁଥିବା ସମୟରେ ମଧ୍ୟ ମଝିରେ ମଝିରେ ବ୍ରେକ୍ ନିଅନ୍ତୁ ଏବଂ କିଛି ସମୟ ଚଲାବୁଲା କରନ୍ତୁ । ନିଜ ଟେବୁଲରେ ଏକ ଜ୍ୟାକେଟ୍ କିମ୍ବା ଶଲ୍ ରଖନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସିର ତାପମାତ୍ରାକୁ ଏକ ସ୍ୱାଭାବିକ ସ୍ତରରେ ରଖିବା ପାଇଁ ଅଫିସ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ଉଚିତ । ଯଦି ଆପଣ ଅଫିସରେ ଲଗାତାର ଅସୁସ୍ଥ ଅନୁଭବ କରୁଛନ୍ତି, ତେବେ ଏହାକୁ ହାଲୁକା ଭାବେ ନନେଇ ସଚେତନ ହେବା ଆବଶ୍ୟକ । ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପତ୍ତି ତେଣୁ କାମ ମଝିରେ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ ।

ଅଫିସରେ ଘଣ୍ଟା ଘଣ୍ଟା ଏସିରେ ବସୁଛନ୍ତି କି? ସାବଧାନ! ମାଡ଼ିବସିବ ସାଂଘାତିକ ରୋଗ

7AM Headlines | 16th May 2026 |

Leave a comment

Your email address will not be published. Required fields are marked *