#Local

ଦେଶରେ ମହଙ୍ଗା ହେଲା ତୈଳ, ଏବେ ପ୍ରତିଟି ସାମଗ୍ରୀ ହୋଇଯିବ ମହଙ୍ଗା

କନକ ବ୍ୟୁରୋ : ପଶ୍ଚିମ ଏସିଆରେ ଯୁଦ୍ଧ ଓ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଦର ୩ ଟଙ୍କା ୧୪ ପଇସା ଓ ଡିଜେଲ ୩ ଟଙ୍କା ୧୧ ପଇସା  ବୃଦ୍ଧି ପାଇଛି। ଆଜିଠୁ ଲାଗୁ ହୋଇଛି ନୂଆ ଦର । ତୈଳ କମ୍ପାନିଗୁଡ଼ିକ ଦୈନିକ ୧ ହଜାର କୋଟିରୁ ଅଧିକ କ୍ଷତି ସହୁଥିବାରୁ ଏହି ଦର ବୃଦ୍ଧି ଅନିବାର୍ୟ୍ୟ ହୋଇପଡ଼ିଥିଲା ବୋଲି ଯୁକ୍ତି ଦର୍ଶାଯାଉଛି।

ତୈଳଦର ବୃଦ୍ଧି ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପେଟ୍ରୋଲ ଡିଜେଲ ଗ୍ରାହକଙ୍କଠାରୁ ଆରମ୍ଭ କରି ବିରୋଧୀ ସଂଗଠନ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆଗକୁ ତୈଳଦର ଆହୁରି ବଢ଼ିବା ଆଶଙ୍କା କରି ପେଟ୍ରୋଲ ପମ୍ପରେ ଭିଡ଼ ଲାଗିଛି।   ସେପଟେ  କେନ୍ଦ୍ର ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ସଂକଟ ସମୟରେ ସେ ତୈଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇ ସାଇକେଲରେ ଯିବା ଆସିବା କରୁଛନ୍ତି।

   ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ସରକାର ଓ ବିଜେପି ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ବୈଶ୍ବିକ ସଂକଟ ସମୟରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସେପଟେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ । ଅନ୍ୟ ବିରୋଧୀ ଦଳ ପକ୍ଷରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି। ସେପଟେ ତୈଳଦର ବୃଦ୍ଧି ପରେ ଖାଉଟିଙ୍କ ମନରେ ଛନକା ପଶିଛି । କାରଣ ପରିବହନ ମହଙ୍ଗା ହେଲେ ପ୍ରତିଟି ସାମଗ୍ରୀର ଦର ବୃଦ୍ଧି ହେବ । 

 

ଦେଶରେ ମହଙ୍ଗା ହେଲା ତୈଳ, ଏବେ ପ୍ରତିଟି ସାମଗ୍ରୀ ହୋଇଯିବ ମହଙ୍ଗା

Middlesbrough want Southampton kicked out of play-offs

Leave a comment

Your email address will not be published. Required fields are marked *