#Local

ପେଟ୍ରୋଲ ସରିଗଲା, ଜୀବନ ଚାଲିଗଲା ; ଆମ୍ବୁଲାନ୍ସ ଭିତରେ ଆଖି ବୁଜିଲେ ରୋଗୀ

କନକ ବ୍ୟୁରୋ : ରାଜ୍ୟରେ ଏବେ ତେଲ ସଙ୍କଟ ଦେଖିବାକୁ ମିଳିଛି। ଗାଡିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପ ଗୁଡିକରେ ଅସମ୍ଭାଳ ଭିଡ଼ ହେଉଛି । ଏହାରି ଭିତରେ ଆଜି କଟକରେ ଏମିତି ଏକ ଅଘଟଣ ଘଟିଛି, ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁତର ରୋଗୀ ଆମ୍ବୁଲାନ୍ସରେ ଆସିବା ବେଳେ ପେଟ୍ରୋଲ ସରିଯିବାରୁ ଚାଲିଯାଇଛି ଜଣେ ରୋଗୀଙ୍କ ଜୀବନ। ସେପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଡିଜେଲ୍ ଅଭାବରୁ ଗଡ଼ୁନି ଆମ୍ବୁଲାନ୍ସ । 

ଅଞ୍ଚଳର ପ୍ରକାଶ ତାଣ୍ଡି ନାମକ ଜଣେ ଯୁବକ ବିଷ ପିଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ଆସିଥିଲେ। ସେଠାରୁ ପ୍ରକାଶଙ୍କ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସରେ ଆସୁଥିଲେ ଭୁବନେଶ୍ବର।  ମାତ୍ର ୪ କିଲୋମିଟର ଆସିବା ପରେ କାଠଯୋଡ଼ି ସେତୁ ଉପରେ ପେଟ୍ରୋଲ ସରିଯାଇଥିଲା। ଫଳରେ ଅଧା ରାସ୍ତାରେ ଅଧଘଣ୍ଟା କାଳ ଛଟପଟ ହୋଇଥିଲେ ରୋଗୀ ଜଣକ। ଅନ୍ୟ ଏକ ଆମ୍ବୁଲାନ୍ସ ଉଦ୍ଧାର ପାଇଁ ଆସିବା ବେଳକୁ ପ୍ରକାଶଙ୍କର ମୃତ୍ୟୁ ହୋଇସାରିଥିଲା। ଖାଲି ପେଟ୍ରୋଲ ନୁହେଁ, ଆମ୍ବୁଲାନ୍ସରେ ଥିବା ଭେଣ୍ଟିଲେଟରରେ ଅକ୍ସିଜେନ୍ ମଧ୍ୟ ନଥିଲା । ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି, ଗାଡ଼ିରେ ତେଲ ନଥାଇ କେମିତି ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଉଥିଲେ ଡ୍ରାଇଭର? ମେଡିକାଲଠୁ ମାତ୍ର ୪ କିଲୋମିଟର ଆସିବା ପରେ କେମିତି ସରିଗଲା ପେଟ୍ରୋଲ? ଟଙ୍କା ଲୋଭରେ ରୋଗୀଙ୍କ ଜୀବନ ସହ କାହିଁକି ଖେଳ ଖେଳୁଛନ୍ତି ଡ୍ରାଇଭର? ଘରୋଇ ଆମ୍ବୁଲାନ୍ସଗୁଡ଼ିକ ଉପରେ ରହୁନି କି ସରକାରଙ୍କ ଅଙ୍କୁଶ ? 

ଅଧିକ ପଢ଼ନ୍ତୁ—ପୁଣି ଅଶାନ୍ତ ଭୁବନେଶ୍ୱର; ସାମନ୍ତରାପୁର ନୂଆଗାଁରେ ବୁଲିଲା ଖଣ୍ଡା

ସେପଟେ ଡିଜେଲ୍ ନାହିଁ ବୋଲି ଗଡ଼ୁନି ଆମ୍ବୁଲାନ୍ସ। ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ରାସ୍ତା କଡ଼ରେ ଛିଡ଼ା ହୋଇ ରହିଛି। ଗତ ୩ ଦିନ ହେବ ଏଭଳି ରାସ୍ତା ଉପରେ ଥୁଆହୋଇଛି ଆମ୍ବୁଲାନ୍ସ। ଅନ୍ୟପଟେ କିନ୍ତୁ ରୋଗୀମାନେ ଗାଡ଼ି ଭଡ଼ା କରି ଯାଉଛନ୍ତି ଡାକ୍ତରଖାନା। ୧୦୮କୁ ଫୋନ୍ କଲେ, ସେପଟୁ ଉତ୍ତର ଆସୁଛି ଗାଡ଼ିରେ ତେଲ ନାହିଁ। ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବାରେ ବ୍ୟବହାର କରାଯାଏ। କିନ୍ତୁ ଯଦି ପେଟ୍ରୋଲ ଓ ଅକ୍ସିଜେନ୍ ଅଭାବରୁ ରୋଗୀର ଜୀବନ ଚାଲିଯାଏ, ତେବେ ଆମେ କହିବା କାହାକୁ? କିଏ ମୁଣ୍ଡାଇବ ଉତ୍ତରଦାୟିତ୍ବ ?   

ପେଟ୍ରୋଲ ସରିଗଲା, ଜୀବନ ଚାଲିଗଲା ; ଆମ୍ବୁଲାନ୍ସ ଭିତରେ ଆଖି ବୁଜିଲେ ରୋଗୀ

NEET-UG 2026 paper leak: CBI identifies kingpin

Leave a comment

Your email address will not be published. Required fields are marked *