#Local

ଚାଷୀଭାଇଙ୍କ ପାଇଁ ପାଣିପାଗ ବିଭାଗର ଖୁସି ଖବର, ଚଳିତ ମାସ ୨୬ ରେ କେରଳ ଛୁଇଁବ ମୌସୁମୀ

କନକ ବ୍ୟୁରୋ : ଏଥର ସଅଳ ଆସୁଛି ମୌସୁମୀ। ମେ’-୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଆକଳନ। ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ୧ରୁ ପ୍ରାୟ ୬ ଦିନ ପୂର୍ବରୁ ଏଥର ମୌସୁମୀ ଭାରତରେ ପ୍ରବେଶ କରିବାକୁ ଯାଉଛି। ବର୍ତ୍ତମାନ ସମଗ୍ର ଦେଶ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ମୌସୁମୀର ଆଗୁଆ ଆଗମନ ଦେଶର କୋଟି କୋଟି ଜନତା ଏବଂ ବିଶେଷ କରି ଚାଷୀକୂଳ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଆକଳନରେ ପ୍ଲସ୍ କିମ୍ବା ମାଇନସ୍ ୪ ଦିନର ତ୍ରୁଟି ମାର୍ଜିନ୍ ରହିଥାଏ, ଯାହାର ଅର୍ଥ ମେ’ ୨୨ ରୁ ୩୦ ତାରିଖ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବା ନିଶ୍ଚିତ। ଭାରତୀୟ ପାଣିପାଗ ବିଭାଗ ୨୦୦୫ ମସିହାରୁ ଏକ ସ୍ୱତନ୍ତ୍ର ପରିସଂଖ୍ୟାନ ମଡେଲ୍ ବ୍ୟବହାର କରି କେରଳରେ ମୌସୁମୀ ଆଗମନର ସଠିକ୍ ଆକଳନ କରିଆସୁଛି। 

ସେପଟେ ପାଣିପାଗ ବିଭାଗର ଏହି ସୂଚନା ପାଇବା ପରେ ଖୁସି ହୋଇଛନ୍ତି ଚାଷୀ । ଆଗ୍ରୁଆ ମୌସୁମୀ ଆସିଲେ ଆଗୁଆ ଚାଷ କାମ ହୋଇପାରିବ । ଏହାସହ ଦେଶରେ ଲାଗି ରହିଥିବା ଗ୍ରୀଷ୍ମପ୍ରବାହରୁ ଲୋକେ ଆଶ୍ୱସ୍ତି ପାଇବେ । 

 

ଚାଷୀଭାଇଙ୍କ ପାଇଁ ପାଣିପାଗ ବିଭାଗର ଖୁସି ଖବର, ଚଳିତ ମାସ ୨୬ ରେ କେରଳ ଛୁଇଁବ ମୌସୁମୀ

‘Out of shape’ Lukaku in Belgium World

ଚାଷୀଭାଇଙ୍କ ପାଇଁ ପାଣିପାଗ ବିଭାଗର ଖୁସି ଖବର, ଚଳିତ ମାସ ୨୬ ରେ କେରଳ ଛୁଇଁବ ମୌସୁମୀ

Watch: What did we learn from Trump’s

Leave a comment

Your email address will not be published. Required fields are marked *