#Local

ଓଡ଼ିଶା ଝିଅ ଭାରତ ଟପ୍ପର,  ସିବିଏସ୍‌ଇ ବାଣିଜ୍ୟରେ ଚମକିଲେ ପ୍ରିୟା

କନକ ବ୍ୟୁରୋ:ସର୍ବଭାରତୀୟ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ଦେଶରେ ଟପ୍ପର ହୋଇଛନ୍ତି ଓଡ଼ିଶାର ଝିଅ ପ୍ରିୟା ପାଲବାବୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ମୁନସିବନ୍ଧ ନିବାସୀ ଅଜିତ କୁମାର ପାଲବାବୁ ଓ ଲୀଲା ପାଲବାବୁଙ୍କ ଝିଅ ପ୍ରିୟା ୯୯.୪୦% ନମ୍ବର ରଖି ଏହି ସଫଳତା ପାଇଛନ୍ତି। ସେ ଝାଡ଼ଖଣ୍ଡ ବୋକାରୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀ। ପ୍ରିୟା ଆକାଉଣ୍ଟାନ୍ସି, ବିଜିନେସ ଷ୍ଟଡି, ପେଣ୍ଟିଂ ଏବଂ ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷାରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି। ଦିନକୁ ମାତ୍ର ୪ରୁ ୫ ଘଣ୍ଟା ପଢ଼ୁଥିଲେ ପ୍ରିୟା। ପରୀକ୍ଷା ସମୟରେ ସୋସିଆଲ ମିଡିଆଠାରୁ ଦୂରରେ ରହି ସେ ଏହି ସଫଳତା ପାଇଥିବା କୁହନ୍ତି। ଭବିଷ୍ୟତରେ ଜଣେ ସଫଳ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରିୟା ଓ ତାଙ୍କ ପରିବାର ଏହି ସଫଳତାରେ ବେଶ୍ ଆନନ୍ଦିତ ଅଛନ୍ତି ।

ଆହୁରି ପଢ଼ନ୍ତୁ:ମତ୍ସ୍ୟଜୀବୀଙ୍କ ଉପରେ ତେଲ ସଂକଟର ପ୍ରଭାବ, ତେଲ ନଥିବାରୁ ଚାଲୁନି ଟ୍ରଲର, ମହଙ୍ଗା ହେବାକୁ ଯାଉଛି ସମୁଦ୍ର ମାଛ

ଓଡ଼ିଶା ଝିଅ ଭାରତ ଟପ୍ପର,  ସିବିଏସ୍‌ଇ ବାଣିଜ୍ୟରେ ଚମକିଲେ ପ୍ରିୟା

Iranian FM Abbas Araghchi Praises India Ties

ଓଡ଼ିଶା ଝିଅ ଭାରତ ଟପ୍ପର,  ସିବିଏସ୍‌ଇ ବାଣିଜ୍ୟରେ ଚମକିଲେ ପ୍ରିୟା

🔴 LIVE | ଦିନ ୩ଟାର ବଡ଼ ଖବର

Leave a comment

Your email address will not be published. Required fields are marked *