ସରକାରଙ୍କୁ ଘେରିଲେ ବିରୋଧୀ, ବିଜେଡି କହିଲା, ପ୍ରଧାନମନ୍ତ୍ରୀଙ୍କ ବୟାନ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି

କନକ ବ୍ୟୁରୋ : ଦେଶ ତଥା ରାଜ୍ୟରେ ଲାଗି ରହିଥିବା ତୈଳ ଓ ରନ୍ଧନ ଗ୍ୟାସର ସଂକଟକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମା ଆଜି ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ରାଜ୍ୟ ସରକାର ଆଗାମୀ କିଛିଦିନରେ ୨ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଏନେଇ ବିଜେପି ଘନ ଘନ ବୈଠକ କରୁଛି । ହେଲେ ସେପଟେ ପେଟ୍ରୋଲ ପମ୍ପ ଓ ଏଲପିଜି ଡିଲରଙ୍କ ସାମ୍ନାରେ ଯେଭଳି ଲମ୍ବା ଲାଇନ ଲାଗିଛି, ଅନୁଭବ ହେଉଛି କି, ଆଜି ଦେଶ ତଥା ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଉପୁଜିଛି । ମନ୍ତ୍ରୀ ଓ ସଚିବ କହୁଛନ୍ତି ରାଜ୍ୟରେ ତେଲ କି ଗ୍ୟାସର ଅଭାବ ନାହିଁ, ଲୋକ ବିଚଳିତ ହୁଅନ୍ତୁ ନାହିଁ । ହେଲେ ପେଟ୍ରୋଲ ପମ୍ପଗୁଡିକ ତେଲ ନଥିବା ସୂଚାଇ ଟାଙ୍କି ବନ୍ଦ କରି ପଳାଇଲେଣି । ଯେଉଁଠି ବି ଖୋଲା ଅଛି ସେଠି ଭିଡ଼ ଦେଖିଲେ ଲାଗୁଛି ସରକାର ଇମରଜେନ୍ସି ଲଗାଇଛନ୍ତି ।
ଏଭଳି ସ୍ଥିତିରେ ସରକାର ଏହାକୁ ନେଇ ବିଚାରବିମର୍ଷ କରିବା ପରିବେର୍ତ୍ତ କିଭଳି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଧୁମଧାମରେ ପାଳନ ହେବ ସେନେଇ ଘନ ଘନ ବୈଠକ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୫ ରାଜ୍ୟର ନିର୍ବାଚନ ପରେ ଗ୍ୟାସ ଦର ବଢ଼ିଲା। ଟ୍ରକ ସବୁ ତେଲ ପାଇଁ ଲାଇନରେ ଲାଗିଛନ୍ତି। ରବି ଧାନ କିପରି ଉଠିବ। ଏବେ ଢ଼ିଙ୍କିଶାଳ ଠାରୁ ହାଂଡିଶାଳ ପର୍ୟ୍ୟନ୍ତ ମହାଙ୍ଗା ମାଡ଼ ଦେଖା ଦେଇଛି। ଡବଲ ଇଞ୍ଜିନ ସରକାର କୌଣସି ଉତ୍ସବରେ ନ ମାତି ଉଚ୍ଚ ସ୍ତରୀୟ ବୈଠକ ଡାକି ଏହାର ସମାଧାନ କରନ୍ତୁ। ନ ହେଲେ ଜଣ ଆକ୍ରୋଶର ଶିକାର ହେବେ। ବିଜେଡି ଖୁବଶୀଘ୍ର ଦର ବୃଦ୍ଧି ଉପରେ ଆଗାମୀ ଦିନରେ ଆନ୍ଦୋଳନ କରିବ।
English 





























































































































































































































































































































































































































