#Local

ମତ୍ସ୍ୟଜୀବୀଙ୍କ ଉପରେ ତେଲ ସଂକଟର ପ୍ରଭାବ, ତେଲ ନଥିବାରୁ ଚାଲୁନି ଟ୍ରଲର, ମହଙ୍ଗା ହେବାକୁ ଯାଉଛି ସମୁଦ୍ର ମାଛ

କନକ ବ୍ୟୁରୋ : ତୈଳ ସଂକଟର ପ୍ରଭାବ ଏବେ ପ୍ରତିଟି କ୍ଷେତ୍ରରେ ଦେଖିବାକୁ ମିଳିଛି । କେଉଁଠି ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀଙ୍କ ମୃତ୍ୟୁ ହେଲାଣି ତ କେଉଁଠି ବସ୍ ଚଳାଚଳ ଠପ୍ କାରଣରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଏହି ସଂକଟର ପ୍ରଭାବ ବି ଏବେ ମତ୍ସ୍ୟଜୀବୀଙ୍କ ଉପରେ ପଡିଛି । 

ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରି ଆରମ୍ଭ ହୋଇଛି । ଫଳରେ ଟ୍ରଲରରେ ତେଲ ନଥିବାରୁ ମତ୍ସ୍ୟଜୀବୀମାନେ ହାତବାନ୍ଧି ବସିଲେଣି । ଜୀବୀକା ତ ଗଲାଣୀ, ଏବେ ପରିବାର ପ୍ରତିପୋଷଣ କିଭଳି ହେବ ତାହାକୁ ନେଇ ସେମାନେ ଚିନ୍ତାରେ । ଅନ୍ୟପଟେ ସମୁଦ୍ରରୁ ମାଛ ଧରାନଗଲେ ଏହାର ପ୍ରଭାବ ଆମିଷ ବଜାର ଉପରେ ପଡ଼ିବାକୁ ଯାଉଛି । 

ଅନ୍ୟପଟେ ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମାଛ ପ୍ରଜନନର ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ମାରିବା ଉପରେ ବାରଣ କରାଯାଇଥିଲେ ବି ମତ୍ସ୍ୟଜୀବୀମାନେ ଲୁଚିଛପି ମାଛ ଧରିବାକୁ ଯାଇଥାନ୍ତି । ଫଳରେ କେବଳ ମତ୍ସ୍ୟଜୀବୀ ନୁହଁନ୍ତି ମାଛ ଦୋକାନୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । 

ମତ୍ସ୍ୟଜୀବୀଙ୍କ ଉପରେ ତେଲ ସଂକଟର ପ୍ରଭାବ, ତେଲ ନଥିବାରୁ ଚାଲୁନି ଟ୍ରଲର, ମହଙ୍ଗା ହେବାକୁ ଯାଉଛି ସମୁଦ୍ର ମାଛ

Yafai’s world title tilt postponed after injury

Leave a comment

Your email address will not be published. Required fields are marked *