୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ , ୟୁଏଇରୁ ଆରମ୍ଭ ହେଲା ମୋଦୀଙ୍କ ବହୁଦେଶୀୟ ବିଦେଶ ଗସ୍ତ

କନକ ବ୍ୟୁରୋ : ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ୫ ଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଥମେ ୟୁଏଇ ଗସ୍ତରେ ଯାଇଛନ୍ତି ମୋଦୀ । ପରେ ୪ ୟୁରୋପିଓ ଦେଶ ନେଦରଲ୍ୟାଣ୍ଡ୍ସ, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଗସ୍ତ କରିବେ । ବିଶ୍ୱବ୍ୟାପୀ ଭୂ-ରାଜନୈତିକ ଏବଂ ଶକ୍ତି ଚ୍ୟାଲେଞ୍ଜ ମଧ୍ୟରେ ୟୁରୋପ ଏବଂ ଗଲ୍ଫ ସହ ଭାରତର ରଣନୀତିକ, ଆର୍ଥିକ ଏବଂ ପ୍ରଯୁକ୍ତିବିଦ୍ୟା ଭାଗିଦାରୀକୁ ଆହୁରି ମଜବୁତ କରିବ । ଗ୍ୟାସ ଏବଂ ଇନ୍ଧନ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ୟୁଏଇରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଦୀର୍ଘକାଳୀନ ଶକ୍ତି ଯୋଗାଣ ନେଇ ଚୁକ୍ତି କରିବେ ଏବଂ ଭାରତରେ ରଣନୀତିକ ତୈଳ ଭଣ୍ଡାର ବିସ୍ତାର ପାଇଁ ୟୁଏଇର ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମଳିଛି ।
ଅଧିକ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ; ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍
ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ମୋଦୀ ପାଞ୍ଚ ଦେଶ ଗସ୍ତ କରିବେ । ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଆମଦାନୀକାରୀ ଭାରତ ଏବେ ସଙ୍କଟରେ ପଡ଼ିଛି । ତେଲ ଏବଂ ଇନ୍ଧନ ଯୋଗାଣ ସୁରକ୍ଷିତ କରିବାକୁ ମୋଦୀ ଚେଷ୍ଟା କରିବେ ବୋଲି ସୂଚନା ମଳିଛି । ଦୁଇ ଦେଶ ଛଅ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୦ ବିଲିୟନ ଡଲାରକୁ ଦୁଇଗୁଣ କରିବା ଏବଂ ପ୍ରତିରକ୍ଷା ଭାଗିଦାରୀ ଗଢ଼ିବାର ଯୋଜନା କରିଛନ୍ତି । ୨୦୧୫ ପରେ ମୋଦୀଙ୍କ ଏହା ଅଷ୍ଟମ ୟୁଏଇ ଗସ୍ତ ହେବ ।
English 















































































































































































































































































































































