ମାଟି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଗ୍ରାମରେ ଉତ୍ତେଜନା

କନକ ବ୍ୟୁରୋ : ପାଲଲହଡ଼ା ରେଙ୍ଗାଳି ଥାନା ଅଞ୍ଚଳରେ ଛଅ ଦିନ ପରେ ମାଟି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ଅନ୍ୟ ଜାତିରେ ମୃତ ଯୁବକ ସଞ୍ଜୀବ ବେହେରା ଦ୍ୱିତୀୟ ବିବାହ କରି ଥିବାରୁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ପରେ ଶବ ଗ୍ରହଣ କରିବାକୁ ପରିବାର ବର୍ଗ ଓ ଗ୍ରାମବାସୀ ଅରାଜି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅର୍କିଳ ଗ୍ରାମରେ ।
ଅଧିକ ପଢ଼ନ୍ତୁ : ବିଦ୍ୟୁତ୍ ସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ , ଗାଁକୁ ଫେରୁଛି ମୃତଦେହ
ଦୀର୍ଘ ସମୟ ଧରି ପୁଲିସ୍ ପକ୍ଷରୁ ଗ୍ରାମବାସୀଙ୍କୁ ବୁଝାଇବା ପରେ ନ ମାନିବାରୁ ଦ୍ୱିତୀୟ ପତ୍ନୀଙ୍କ ଉପସ୍ଥିତିରେ ନିଜ ଉଦ୍ୟମରେ ଶବ ସତ୍କାର କଲା ରେଙ୍ଗାଳି ଥାନା ପୁଲିସ୍ । ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ନେଇ ଦ୍ୱିତୀୟ ପତ୍ନୀ ରାଧାରାଣୀ ବେହେରା କରିଥିଲେ ଅଭିଯୋଗ ।
English 
























































































































































































































































































































