ଖାକି ବର୍ଦ୍ଦିରେ କଳଙ୍କ, ଗଞ୍ଜେଇ ମାଫିଆ ଡିଲ୍ରେ ଆଇଆଇସି ସସପେଣ୍ଡ

କନକ ବ୍ୟୁରୋ : ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । ମହଙ୍ଗା ପଡ଼ିଲା ଗଞ୍ଜେଇ ମାଫିଆଙ୍କ ସହ ଡିଲ୍ । ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଆଇଆଇସି ଶୁକ୍ରା ମାଢ଼ିଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ପୁଲିସ ଡିଜି ନିଲମ୍ବନ କରିଛନ୍ତି । ଗଞ୍ଜେଇ ମାଫିଆଙ୍କ ସହ ଡିଲ୍ ଅଭିଯୋଗରେ ଝାରବନ୍ଧ ଥାନାର ଦୁଇ ପୁଲିସ କର୍ମଚାରୀ ଏଏସଆଇ କୌଶିକ ସାହୁ ଓ କନଷ୍ଟେବଳ ଚିତ୍ତରଞ୍ଜନ ପଣ୍ଡାଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।
ଅଧିକ ପଢ଼ନ୍ତୁ : ଦିଲ୍ଲୀରେ ଲଜ୍ଜା, ଚଳନ୍ତା ବସ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ , ଦୁଇ ଅଭିଯୁକ୍ତ ଗିରଫ
ସେହିପରି ହୋମଗାର୍ଡ ଦେବାର୍ଚ୍ଚନ ନିଆଳଙ୍କୁ ବହିଷ୍କୃତ କରାଯାଇଛି । ପୂର୍ବରୁ ବଦଳି ହୋଇଥିଲେ ଝାରବନ୍ଧ ଆଇଆଇସି ଶୁକ୍ରା ମାଢ଼ି । ତଳିଆ କର୍ମଚାରୀଙ୍କୁ ନିଲମ୍ବନ ଓ କାର୍ଯ୍ୟରୁ ବହିଷ୍କାର କରାଯାଇଥିବାବେଳେ ଆଇଆଇସିଙ୍କୁ କେବଳ ବଦଳି କରିବାକୁ ନେଇ ପ୍ରଶ୍ନ ଉଠିଥିଲା । ଖବର ବାଜିବା ପରେ ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି ।
English 














































































































































































































































































































