#Local

ମେ’ ୩୦ରୁ ଓଡ଼ିଶାରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଏସଆଇଆର

କନକ ବ୍ୟୁରୋ :  ମେ’ ୩୦ରୁ ଓଡ଼ିଶାରେ ଏସ.ଆଇ.ଆର । ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଏସଆଇଆର । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି । ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ୍ ଦେଇ ଏହି ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିବ । ଏହି ତିନିଟି ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଏବଂ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଅଲଗା ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ । 

ଅଧିକ ପଢ଼ନ୍ତୁ : ଖାକି ବର୍ଦ୍ଦିରେ କଳଙ୍କ, ଗଞ୍ଜେଇ ମାଫିଆ ଡିଲ୍‌ରେ ଆଇଆଇସି ସସପେଣ୍ଡ

– SIR ପାଇଁ ଯୋଗ୍ୟତା ତାରିଖ ଜୁଲାଇ ୧, ୨୦୨୬
– ମେ ୨୦ରୁ ୨୯ ଯାଏଁ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ
– ମେ ୩୦ରୁ ଘରକୁ ଘର ବୁଲି ସର୍ଭେ କରିବେ ବିଏଲ୍‌ଓ 
– ମେ ୩୦ରୁ ୨୮ ଜୁନ୍ ଯାଏଁ ଘରକୁ ଘର ପରିଦର୍ଶନ କରିବେ
– ଜୁନ୍ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ
– ଜୁଲାଇ ୫ରେ ପ୍ରକାଶ ପାଇବ ଖସଡ଼ା ଭୋଟର ତାଲିକା
– ଜୁଲାଇ ୫ରୁ ଅଗଷ୍ଟ ୪ ଯାଏଁ ଦାବି ଓ ଆପତ୍ତି ଦାଖଲ କରିହେବ
– ଜୁଲାଇ ୫ରୁ ସେପ୍ଟେମ୍ୱର ୨ ଯାଏଁ ନୋଟିସ ପର୍ଯ୍ୟାୟ/ଦାବି ଓ ଆପତ୍ତିର ନିଷ୍ପତ୍ତି
– ସେପ୍ଟେମ୍ୱର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା 

Leave a comment

Your email address will not be published. Required fields are marked *