#Local

ମହଙ୍ଗାମାଡ଼ରେ ମଧ୍ୟବିତ୍ତ ଚେପା; ହାଣ୍ଡିଶାଳକୁ ଲାଗିଛି ହର୍ମୁଜ୍ ଝଟକା

କନକ ବ୍ୟୁରୋ : କ୍ଷୀର ମହଙ୍ଗା, ତେଲ ମହଙ୍ଗା, ଚାଉଳଠୁ ନେଇ ଆଳୁ ପିଆଜ, ଅଦା ରସୁଣ, ସବୁ ମହଙ୍ଗା । ମଣିଷ ଖାଇବ ତ ଖାଇବ କଣ ? ଚଳିବ ତ ଚଳିବ କେମିତି ? ଦରବୃଦ୍ଧିର ସିଧା ମାଡ଼ ପଡ଼ିଛି ଗୃହିଣୀଙ୍କ ରୋଷେଇଶାଳରେ, ମଧ୍ୟବିତ୍ତଙ୍କ ପକେଟ୍‌ରେ । ଏବେ ତୈଳ ସଂକଟ ଯେମିତି ଘନେଇଲାଣି, ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ହର୍ମୁଜ ଅଚଳାବସ୍ଥାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡ଼ିଛି । ଗତ ମାସେ ଭିତରେ କେଉଁ ଖାଦ୍ୟ ସାମଗ୍ରୀର ଦର କେତେ ବଢ଼ିଛି ଜାଣିବା ପାଇଁ, କଟକ ମାଲଗୋଦାମ ଓ ଛତରବଜାରରେ ସ୍ଥିତି ପରଖିଛି କନକ ନ୍ୟୁଜ୍‌ । ଦର ବଢ଼ିଥିବାରୁ ଖାଉଟି ଚିନ୍ତାରେ, ବେପାର କମିଥିବାରୁ ବ୍ୟବସାୟୀ ଚିନ୍ତାରେ । କାହାରି ମୁହଁରେ ହସ ଟିକେ ନାହିଁ । ସୂଚନା ଅନୁସାରେ, ଗତ ମାସକ ଭିତରେ ସବୁ ଖାଦ୍ୟ ସାମଗ୍ରୀ ଦର ବଢ଼ିଛି ।

ଅଧିକ ପଢ଼ନ୍ତୁ : ଚିଠିରେ ନା’, ମୁହଁରେ ହଁ; ଇଭିକୁ ନେଇ ସରକାରଙ୍କ ଦୋମୁହାଁ ନୀତି

ସାମଗ୍ରୀ (କେଜି) ଗତମାସର ଦର ବର୍ତ୍ତମାନର ଦର

ଚାଉଳ (ବିରିୟାନି) ୮୦ ଟଙ୍କା ଥିଲା ୮୫ ଟଙ୍କା ହୋଇଛି । ସେହପରି ଡାଲି (ହରଡ଼) ୧୩୦ ଟଙ୍କା ଥିଲା ଏବେ ୧୩୫ ଟଙ୍କା । ଅଦା ୭୦ ଟଙ୍କା ଥିଲା ଏବେ ୧୨୦ ଟଙ୍କା ଅଛି । ରସୁଣ ୮୦ ଟଙ୍କାରୁ ବଢ଼ିଛି ୧୪୦ ଟଙ୍କାକୁ, ପିଆଜ ଯାହା ୧୨ ଟଙ୍କା ଥିଲା ୨୦ ଟଙ୍କାରେ ମିଳୁଛି । ଆଳୁ (୩ କେଜି)କୁ ୪୫ ଟଙ୍କା ଥିଲା ଏବେ ୭୦ ଟଙ୍କା ହୋଇଛି ।

ତେଲ, ଅଟା, ଡାଲି.. ଯାହା କି ନହେଲେ ନଚଳେ, ସେଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦାମ୍‌ ବି ବୃଦ୍ଧି ପାଇଛି । ଖାଇବା ତେଲ ମାସକ ଭିତରେ ଲିଟର ପିଛା ୫ ରୁ ୨୦ଟଙ୍କା ବଢ଼ିଛି । ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ସରକାର ଦର ଉପରେ ନିୟନ୍ତ୍ରଣ ନ ଆଣନ୍ତି ତେବେ ଆଗାମୀ ଦିନରେ ଏହା ଆହୁରି ସାଂଘାତିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ପୂର୍ବରୁ ଓମ୍‌ଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଥିବା ବେଳେ, ଗତକାଲି ଅମୁଲ ଓ ମଦର ଡେରୀ ବି ଲିଟର ପିଛା ୨ ଟଙ୍କା ବଢ଼ାଇଛନ୍ତି କ୍ଷୀର ଦର ।

ମହଙ୍ଗାମାଡ଼ରେ ମଧ୍ୟବିତ୍ତ ଚେପା; ହାଣ୍ଡିଶାଳକୁ ଲାଗିଛି ହର୍ମୁଜ୍ ଝଟକା

Odisha CM, Ministers Cut Convoy Size Following

ମହଙ୍ଗାମାଡ଼ରେ ମଧ୍ୟବିତ୍ତ ଚେପା; ହାଣ୍ଡିଶାଳକୁ ଲାଗିଛି ହର୍ମୁଜ୍ ଝଟକା

Special Report: “Stop NEET Exam Now” —

Leave a comment

Your email address will not be published. Required fields are marked *