#Local

ଚିନ୍ତା ବଢ଼ାଇଲା ଟୋକନ୍ ସମସ୍ୟା, ଅମଳ ଠାରୁ ବହୁ କମ୍ ପରିମାଣର ଧାନ ବିକ୍ରି ପାଇଁ ଆସିଲା ମେସେଜ, ବଳକା ଧାନକୁ ନେଇ ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଟୋକନ୍ ସମସ୍ୟାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ହେକ୍ଟର ହେକ୍ଟର ଜମିରେ ଧାନ ଅମଳ ହୋଇଥିଲେ ମଧ୍ୟ ସରକାରୀ ଟୋକନ୍‌ରେ ମାତ୍ର କିଛି କ୍ୱିଣ୍ଟାଲ୍ ଲେଖାଏଁ ବିକ୍ରି କରିବାକୁ ଅନୁମତି ମିଳୁଛି। 

ଗତ ମେ’ ୧୧ ତାରିଖରୁ ପଦ୍ମପୁର ଆରଏମ୍‌ସି ଅଧୀନରେ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଖୋଲିଲା ବେଳକୁ ଟୋକନ୍ ସମସ୍ୟା ଚାଷୀଙ୍କ ପାଇଁ କାଳ ସାଜିଛି। ପାଇକମାଲ ବ୍ଲକର ଚାଷୀ ନାରାୟଣ ବନଛୋର ଏକ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି। ହେଲେ ତାଙ୍କ ମୋବାଇଲକୁ ମାତ୍ର ୫.୭୨ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ମେସେଜ୍ ଆସିଛି। ଅମଳ ଠାରୁ ବହୁତ କମ ପରିମାଣର ଧାନ ବିକ୍ରି ପାଇଁ ଟୋକନ ମିଳିଛି। ବଇଦପାଲି ଗାଁର ଚୁଡାମଣି ସାହୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ପୂର୍ବ ବର୍ଷ ଗୁଡ଼ିକରେ ଗୋଟିଏ ହେକ୍ଟର ଜମିରେ ୬୫ ରୁ ୭୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ୍‌ ଆସିଥିଲା। ଚଳିତ ବର୍ଷ ମାତ୍ର ୨.୬୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ୍ ଆସିଛି। ବାକି ଧାନ ଚାଷୀ କେଉଁଠି ବିକିବ? ତାକୁ ନେଇ ଚିନ୍ତାରେ ପଡ଼ିଛି।

ଟୋକନ୍‌ ସମସ୍ୟାକୁ ନେଇ ରାଜବୋଡ଼ାସମ୍ବର କୃଷକ ସଂଗଠନର କର୍ମକର୍ତ୍ତା ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ୭ ଦିନ ମଧ୍ୟରେ ସମାଧାନ ନହେଲେ ବଡ଼ ଧରଣର ଆନ୍ଦୋଳନ ନେଇ ଚେତାବନୀ ଦେଇଛି ସଂଗଠନ। ଅନ୍ୟପଟେ ଚାଷୀଙ୍କ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବୁ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ଖରା ବର୍ଷା ଶୀତ ସହି ଧାର କରଜ କରି ସହି ଚାଷ କଲା ପରେ ସରକାରୀ ଦରରେ ଧାନ ବିକ୍ରି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛି ଚାଷୀ। ଶହଶହ କ୍ବିଣ୍ଟାଲ ଧାନ ଅମଳ ହେଉଛି, ସରକାରୀ ସ୍ତରରେ ବିକ୍ରି ପାଇଁ ଟୋକନ୍‌ ବହୁତ କମ୍‌ ପରିମାଣର ମିଳୁଛି। ପ୍ରଶାସନ ଚାଷୀଙ୍କ ଏହି ଟୋକନ ସମସ୍ୟା କେବେ ଦୂର କରୁଛି ତାକୁ ଅପେକ୍ଷା। 

 

ଚିନ୍ତା ବଢ଼ାଇଲା ଟୋକନ୍ ସମସ୍ୟା, ଅମଳ ଠାରୁ ବହୁ କମ୍ ପରିମାଣର ଧାନ ବିକ୍ରି ପାଇଁ ଆସିଲା ମେସେଜ, ବଳକା ଧାନକୁ ନେଇ ଚିନ୍ତାରେ ଚାଷୀ

No fuel crisis in Odisha, temporary dry-out

ଚିନ୍ତା ବଢ଼ାଇଲା ଟୋକନ୍ ସମସ୍ୟା, ଅମଳ ଠାରୁ ବହୁ କମ୍ ପରିମାଣର ଧାନ ବିକ୍ରି ପାଇଁ ଆସିଲା ମେସେଜ, ବଳକା ଧାନକୁ ନେଇ ଚିନ୍ତାରେ ଚାଷୀ

Lost both legs due to negligence of

Leave a comment

Your email address will not be published. Required fields are marked *