ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ, ଆମେରିକାକୁ ପତନମୁଖୀ ସାମ୍ରାଜ୍ୟ କହିଲେ ଆରାଘଚି

କନକ ବ୍ୟୁରୋ : ଇରାନ ବିଦେଶ ମନ୍ତ୍ରୀ ଅବାସ ଆରାଘଚି ଗୁରୁବାର ଆମେରିକାକୁ ତୀବ୍ର ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ଦେଶମାନଙ୍କ ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇ ଆରାଘଚି ଆମେରିକା ଗୁଣ୍ଡାଗିରି କରୁଥିବା ଅଭିଯୋଗ କରି ଏହା ଏକ ପତନମୁଖୀ ସାମ୍ରାଜ୍ୟର ଆଚରଣ ବୋଲି କହିଥିଲେ। ବ୍ରିକ୍ସ ଦେଶମାନଙ୍କ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଆରାଘଚି କହିଛନ୍ତି, ଆଞ୍ଚଳିକ ଅସ୍ଥିରତା ଆକ୍ରମଣକାରୀଙ୍କ ସମେତ ସମସ୍ତ ପକ୍ଷ ପାଇଁ ପରାଜୟ ପରି ବୋଲି ବିଶ୍ବର ପ୍ରାୟ ସମସ୍ତ ଦେଶ ସ୍ବୀକାର କରୁଛନ୍ତି। ଯେଉଁମାନେ ବେପରୁଆ ଭାବେ ଏପରି ଦୁଃସାହସିକ କାର୍ୟ୍ୟ କରୁଛନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ଏହା ସେମାନଙ୍କର ଭୂ-ରାଜନୈତିକ ସ୍ୱାର୍ଥକୁ ଆଗକୁ ବଢ଼ାଇଥାଏ। କିନ୍ତୁ ଗ୍ରାହକଙ୍କଠାରୁ ଦେଶମାନଙ୍କ ପର୍ୟ୍ୟନ୍ତ ଏବେ ସମସ୍ତେ ଜାଣି ଗଲେଣି ଯେ, ଆଞ୍ଚଳିକ ଅସ୍ଥିରତା ଆକ୍ରମଣକାରୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ପରାଜୟ ପରି ହୋଇଥାଏ। ଆମେରିକାର ଦାଦାଗିରି ସମ୍ମୁଖରେ ଇରାନର ପ୍ରତିରୋଧ ଏମିତି ଏକ ସଂଘର୍ଷ ଯାହାକି ଉପସ୍ଥିତ ସମସ୍ତ ଦେଶ ନିଜ ସହିତ ଯୋଡ଼ି ପାରୁଥିବେ,କିଏ ନା କିଏ , କେଉଁ ପ୍ରକାରରେ ଆମେରିକାର ଦାଦାଗିରିର ମୁକାବିଲା କରୁଥିବ ବୋଲି ଆରାଘଚି କହିଛନ୍ତି। ବ୍ରିକ୍ସ ଦେଶମାନଙ୍କୁ ଏକାଠି କାମ କରିବାକୁ ଆହ୍ବାନ ଦେଇ ଆରାଘଚି କହିଛନ୍ତି ଯେ, ଏବେ ଦେଶଗୁଡ଼ିକ ଏକାଠି ହୋଇ କାମ କରି ଏହା ସ୍ପଷ୍ଟ କରିଦେବାର ସମୟ ଆସିଯାଇଛି ଯେ, ଆମେରିକାର ଏପରି ଅଭ୍ୟାସର ସ୍ଥାନ ଅଳିଆ ଗଦାରେ ରହିଛି। ଆରାଘଚି ଆମେରିକାକୁ ସିଧାସଳଖ ପତନମୁଖୀ ସାମ୍ରାଜ୍ୟ ବୋଲି କହିଛନ୍ତି। ବ୍ରିକ୍ସ ଦେଶମାନଙ୍କ ବିଦେଶ ମନ୍ତ୍ରୀଙ୍କ ବୈଠକ ମେ ୧୪ ଓ ୧୫ ତାରିଖରେ ନୂଆଦିଲ୍ଲୀରେ ଚାଲିବ। ଏଥିରେ ବ୍ରାଜିଲ, ରୁଷ୍, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସମେତ ୧୦ ସଦସ୍ୟ ରାଷ୍ଟ୍ର ଅଛନ୍ତି।
English 




















































































































































































































